ମାର୍ଚ୍ଚ 6 ତାରିଖରୁ ସତୀ ପ୍ରକଳ୍ପ ଆରମ୍ଭ ହେବ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷାରେ ସହାୟତା ପାଇଁ ସତୀ ପ୍ରକଳ୍ପକୁ ମାର୍ଚ୍ଚ ୬ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତି ନେଇପାରିବେ।

କାନପୁର ଆଇ.ଆଇ.ଟି. ସହ ସହଯୋଗରେ ସତୀ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଜେ.ଇ.ଇ./ନିଇଟ୍ ପରି ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତି ନେବା ପାଇଁ ଟଙ୍କା ଖର୍ଚ୍ଚ କରି ଏଣ୍ଟ୍ରାନ୍ସ କୋଚିଂ ସେଣ୍ଟରକୁ ନଯାଇ ନିଜେ ପଢ଼ିପାରିବେ ବୋଲି ଅଧିକାରୀମାନେ କହୁଛନ୍ତି।

News Summary: Education Minister to launch Sathee on March 6