ପ୍ରତିଯୋଗୀ ପରୀକ୍ଷା ପାଇଁ ମାଗଣା କୋଚିଂ: JEE ମେନ୍ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ଚାକିରି ପରୀକ୍ଷା ପାଇଁ କେନ୍ଦ୍ର ମାଗଣା କୋଚିଂ ପ୍ରଦାନ କରିବ

ଏବେ JEE Main ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ଚାକିରି ପରୀକ୍ଷାରେ ଫ୍ରି-ରେ କୋଚିଂ ଦେବେ କେନ୍ଦ୍ରୀୟ ସରକାର। ଶନିବାର ଏକଥାଇ ଜାଣିବାକୁ ମିଳିଲା ଶିକ୍ଷା ମନ୍ତ୍ରଣାଳୟ ସୂତ୍ରରୁ।

ନୂଆଦିଲ୍ଲୀ: ଏବେ JEE Main ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ଚାକିରି ପରୀକ୍ଷାରେ ଫ୍ରି-ରେ କୋଚିଂ (Free Coaching For competitive exams) ଦେବେ କେନ୍ଦ୍ରୀୟ ସରକାର (Central Government)। ଶନିବାର ଏକଥାଇ ଜାଣିବାକୁ ମିଳିଲା ଶିକ୍ଷା ମନ୍ତ୍ରଣାଳୟ (Union Ministry of Education) ସୂତ୍ରରୁ।

ଆସନ୍ତା ସୋମବାର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ବନ୍ଧରେ ଏକ ଅନଲାଇନ୍ ପ୍ଲାଟଫର୍ମ (online platform) ଚାଲୁ କରାଯାଉଛି। ଯେଉଁଠାରେ IIT ଓ IISc-ର ଅଧ୍ୟାପକମାନେ ଭିଡିଓ ରେକର୍ଡ (recorded videos) କରି ସେହିଟି ଅପଲୋଡ୍ କରିବା ମାଧ୍ୟମରେ ପ୍ରତିଯୋଗିତାମୂଳକ ଚାକିରି ପରୀକ୍ଷାରେ ଫ୍ରି-ରେ କୋଚିଂ ଦେବା ପରିକଳ୍ପନା ନିଆଯାଇଛି ନରେନ୍ଦ୍ର ମୋଦି ସରକାର (Modi government) ପକ୍ଷରୁ।

ଏପ୍ରସଙ୍ଗରେ UGC-ର ଚେୟାରମ୍ୟାନ୍ ଜଗଦୀଶ କୁମାର (UGC Chairman Jagdish Kumar) କହିଲେ, ଆସନ୍ତା 6 ମାର୍ଚ୍ଚ SATHEE ନାମରେ ଏକ ଅନଲାଇନ୍ ପ୍ଲାଟଫର୍ମ ଚାଲୁ କରାଯାଉଛି। ଏହିଟି ତିଆରି କରାଯାଇଛି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ। ଏଠାରେ IIT ଓ IISc-ର ଅଧ୍ୟାପକମାନେ ରେକର୍ଡ କରିଥିବା ଭିଡିଓ ଅପଲୋଡ୍ କରାଯିବ। ଯାହା ମାଧ୍ୟମରେ JEE Main ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତିରେ ବ୍ୟସ୍ତ ପରୀକ୍ଷାର୍ଥୀମାନେ ବିନାମୂଲ୍ୟରେ କୋଚିଂ ପାଇବେ। ଏହି ପୋର୍ଟାଲ୍‌ଟିକୁ ତିଆରି କରାଯାଇଛି କାନପୁର IIT-ର ସହଯୋଗରେ (IIT Kanpur)।

ଏହି ଫଳରେ ଯେଉଁ ଛାତ୍ରଛାତ୍ରୀ ପ୍ରତିକୂଳ ପରିସ୍ଥିତିରେ ଅଛନ୍ତି ଓ ଆର୍ଥିକ ଭାବେ ଦୁର୍ବଳ, ସେମାନେ ସହଜରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ନେଇପାରିବେ। କାରଣ ଅନେକ ସମୟରେ ଦେଖିବାକୁ ମିଳେ, ଏହି ପ୍ରକାର ପରୀକ୍ଷା ପାଇଁ କୋଚିଂ ନେବାକୁ ଯେତିକି ଟଙ୍କା ଦରକାର ହୁଏ ତାହା ସେମାନଙ୍କ ପାଖରେ ଥାଏ ନାହିଁ। ଫଳରେ ଆର୍ଥିକ ଭାବେ ଦୁର୍ବଳ ପରିବାରର ପିଲାମାନେ ଇଛା ଓ ଯୋଗ୍ୟତା ଥାଇଥାଇ ମଧ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ସ୍ୱପ୍ନକୁ କେବେ ସଫଳ କରିପାରନ୍ତି ନାହିଁ।